ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : ଏମଡିଏଚ ମସଲାର ପ୍ରତିଷ୍ଠାତା ତଥା ମାଲିକ ‘ମହାଶୟ’ ଧର୍ମପାଲ ଗୁଲାଟୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଗତ ୩ ସପ୍ତାହ ହେବ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗୁରୁବାର ସକାଳେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଗତ ବର୍ଷ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ଧର୍ମପାଲ ଗୁଲାଟୀ ଆମ ଗହଣରେ ଆଉ ନାହାନ୍ତି MDH ମସଲାର ପ୍ରତିଷ୍ଠାତା
