ଖାଦ୍ୟସ୍ପେଶାଲ୍ ରିପୋର୍ଟ

ଧର୍ମପାଲ ଗୁଲାଟୀ ଆମ ଗହଣରେ ଆଉ ନାହାନ୍ତି MDH ମସଲାର ପ୍ରତିଷ୍ଠାତା

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : ଏମଡିଏଚ ମସଲାର ପ୍ରତିଷ୍ଠାତା ତଥା ମାଲିକ ‘ମହାଶୟ’ ଧର୍ମପାଲ ଗୁଲାଟୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଗତ ୩ ସପ୍ତାହ ହେବ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗୁରୁବାର ସକାଳେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଗତ ବର୍ଷ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।‘ଦଲାଜୀ’ ଏବଂ ‘ମହାଶୟଜୀ’ ନାଁରେ ମଧ୍ୟ ସେ ପ୍ରସିଦ୍ଧ ଥିଲେ । ୧୯୨୩ ମସିହାରେ ପାକିସ୍ତାନର ସିୟାଲକୋଟରେ ଧର୍ମପାଲ ଗୁଲାଟୀ ଜନ୍ମଗ୍ରହଣ କରିଥିଲେ । ସେ ଅଧାରୁ ପାଠପଢା ଛାଡି ଦେବା ପରେ ତାଙ୍କ ବାପାଙ୍କ ମସଲା ବ୍ୟବସାୟ ବୁଝାବୁଝି କରୁଥିଲେ । ୧୯୪୭ ମସିହାରେ ବିଭାଜନ ପରେ ଧର୍ମପାଲ ଗୁଲାଟୀ ଭାରତକୁ ଆସିଯାଇଥିଲେ । ସେ ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଥିଲେ । ପରେ ସେ ଦିଲ୍ଲୀରେ ରହିଥିଲେ । ଦିଲ୍ଲୀର କରୋଲବାଗରେ ମସଲାର ଏକ ଷ୍ଟୋର ଖୋଲିଥିଲେ । ଧର୍ମପାଲ ଗୁଲାଟୀ ୧୯୫୯ ମସିହାରେ ତାଙ୍କର ମସଲା କମ୍ପାନୀ ସ୍ଥାପନ କରିଥିଲେ । ତାଙ୍କ ମସଲା କମ୍ପାନୀ ଏମଡିଏଚ ନାଁରେ ଜଣାଶୁଣା ।ଧର୍ମପାଲ ଗୁଲାଟୀଙ୍କ ବ୍ୟବସାୟ କେବଳ ଭାରତରେ ସୀମିତ ନାହିଁ । ବିଶ୍ୱର ଅନେକ ସ୍ଥାନରେ ବିସ୍ତାର ଲାଭ କରିଛି । ଫଳରେ ଧର୍ମପାଲ ଗୁଲାଟୀ ଭାରତୀୟ ମସଲାର ଜଣେ ପ୍ରତିଷ୍ଠିତ ବିତରକ ଏବଂ ରପ୍ତାନିକାରୀ ହୋଇପାରିଛନ୍ତି । ଧର୍ମପାଲ ଗୁଲାଟୀଙ୍କ କମ୍ପାନୀ ବ୍ରିଟେନ୍, ୟୁରୋପ, ୟୁଏଇ, କାନାଡା ସହ ବିଶ୍ବର ବିଭିନ୍ନ ଅଞ୍ଚଳରେ ଭାରତୀୟ ମସଲାର ରପ୍ତାନୀ କରିଥାଏ । ୨୦୦୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏମଡିଏଚ ମସଲା ଅନୁସାରେ ଧର୍ମପାଲ ଗୁଲାଟୀ ନିଜ ଦରମାର ୯୦ ପ୍ରତିଶତ ଦାନ କରିଦେଉଥିଲେ ।

Show More
Back to top button