

ସତ୍ୟଶିଖା(ଚେନ୍ନାଇ ) ୧୮ .୦୧.୨୦୨୨ : ଟଲିଉଡର ସୁପରହିଟ ଯୋଡ଼ି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଆଉ ଏକ ସୁପରହିଟ ଯୋଡ଼ି ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି। ଏହି ଯୋଡି ହେଲେ ସାଉଥ ସେନସେସନ୍ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା । ପୂର୍ବରୁ ଉଭୟ ଅଲଗା ହେବା ନେଇ ବହୁ ଗୁଜବ ଉଠିଥିବା ବେଳେ ଏବେ ସେଥିରେ ମୋହର ମାରିଛନ୍ତି ଧନୁଷ । ଧନୁଷ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନିଜ ବିଚ୍ଛେଦ ସମ୍ପର୍କରେ ମୋହର ମାରିଛନ୍ତି।
ଏନେଇ ଧନୁଷ ଏକ ନୋଟ ଲେଖିଛନ୍ତି, ଦୀର୍ଘ ୧୮ ବର୍ଷର ଦୋସ୍ତି, କପଲ, ପ୍ୟାରେଣ୍ଟସ୍ ଓ ପରସ୍ପରର ଶୁଭଚିନ୍ତକ ହିସାବରେ ଆମେ ଛିଡ଼ା ହେଲୁ। ଏହି ସମୟରେ ଆମେ ପରସ୍ପରକୁ ବୁଝିଲୁ, ପରିପକ୍ୱ ହେଲୁ ଓ ପରସ୍ପର ସହ ବାଟ ଚାଲିଲୁ। ହେଲେ ଏବେ ଆମେ ଏପରି ଜାଗାରେ ଛିଡ଼ା ହୋଇଛୁ, ଯେଉଁଠାରୁ ଆମ ରାସ୍ତା ଭିନ୍ନ ହୋଇ ଯାଉଛି। ଐଶ୍ଚର୍ଯ୍ୟା ଓ ମୁଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଓ ଆମ ଗୋପନୀୟତାକୁ ନଜରରେ ରଖି ଏହି ସମସ୍ୟାକୁ ଆମକୁ ସମାଧାନ କରିବାକୁ ଦିଅନ୍ତୁ।