ରାଜନୀତିରାଜ୍ୟ

ବିଧାନସଭାରେ ଧାନ ତାତି: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ସତ୍ୟଶିଖା(ଭୁବନେଶ୍ଵର) ୧୨.୦୩.୨୦୨୧: ବିଧାନସଭାରେ ଧାନ କିଣାରେ ଅନିମିତତାକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି କରିଛନ୍ତି। ଯାହାଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଖବର ଅନୁଯାୟୀ, ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହୋଇଛି । ମୁଖ୍ୟତଃ ଚାଷୀଙ୍କ ପ୍ରସଙ୍ଗରେ ଗୃହ ପ୍ରଥମ ଦିନରେ ସରଗରମ ରହିଛି । ଆଜି  ୨ୟ ପର୍ଯ୍ୟାୟର ପ୍ରଥମ ଦିନ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଚାଷୀଙ୍କ ସମସ୍ୟା, ଧାମ କିଣାରେ ଅନିୟମିତତା ନେଇ ହୋହାଲ୍ଲା ଓ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ  ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ଯାହାଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ତେବେ ମୁଲତବୀ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏତର ବି ସମାନ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏପରିକି ନିଜ ସିଟ୍‌ରୁ ଉଠି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

Show More
Back to top button