ନ୍ୟୁଜ୍ରାଜନୀତିରାଜ୍ୟ

ଧାମନଗର ଉପନିର୍ବାଚନ: ରାସ୍ତା ପାଇଁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ସତ୍ୟଶିଖା( ଭଦ୍ରକ )୨୨.୧୦.୨୦୨୨:  ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ। ନିଜ ସପକ୍ଷରେ ଜନମତ ହାତେଇବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରୁ ବାଦ ପଡ଼ିନାହାନ୍ତି ସ୍ୱାଧୀନ ଭାବେ ଠିଆ ହୋଇଥିବା ପ୍ରାର୍ଥୀମାନେ। ଏହି ସମୟରେ ରାସ୍ତା ନାହିଁ, ଭୋଟ୍ ଦେବୁ କ’ଣ ପାଇଁ ଏପରି ନାରା ଦେଇ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ଦୋଳସାହି ପଞ୍ଚାୟତର ଗାଜିପୁର ଓ ରାଢ଼ଙ୍ଗ ଓ ସେରପୁରର ସାହି ବାସିନ୍ଦା।  ଭୋଟ ବର୍ଜନ ନିଷ୍ପତ୍ତିର ଏକ ପୋଷ୍ଟର ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି।

ତିହିଡି ବ୍ଲକ୍ ଅନ୍ତର୍ଗତ ଦୋଳସାହି ପଞ୍ଚାୟତର ରାଢ଼ଙ୍ଗ ମୁଖ୍ୟରାସ୍ତାରୁ ୩ ନମ୍ବର ୱାର୍ଡ ଦେଇ ଗୋରାମାଟି ପଞ୍ଚାୟତ ପର୍ଯ୍ୟନ୍ତ ଲମ୍ବିଛି ୪୦୦ ମିଟର ରାସ୍ତା। ୨୦୦୦ ମସିହାରେ ନିର୍ମାଣ ପାଇଁ ରାସ୍ତାକୁ ଖୋଳି ଦିଆଯାଇଥିଲା। ହେଲେ ଦୁଇଜଣ ବ୍ୟକ୍ତି ସେମାନଙ୍କ ଜମି ଥିବା କହି ମାମଲା ରୁଜୁ କରିବା ଫଳରେ ରାସ୍ତା ନିର୍ମାଣ ବନ୍ଦ ରହିଥିଲା। ତେବେ ଗାଜିପୁର, ରାଢ଼ଙ୍ଗ ଓ ସେରପୁରର ଗ୍ରାମବାସୀ  ତିହିଡ଼ି ଓ ଭଦ୍ରକ ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ୨୦୨୧ରେ ମାପଚୁପ୍ କରାଯାଇ ରାସ୍ତା କଢ଼ାଯାଇଥିଲା। ତେବେ ୨ ବର୍ଷ ବିତିଯାଇଥିଲେ ବି ରାସ୍ତା ନିର୍ମାଣ ହୋଇପାରୁନାହିଁ।

ତିନି ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୭୦ ପରିବାର ଏହି ରାସ୍ତା ଦେଇ ପ୍ରତିଦିନ ଯା’ଆସ କରିଥାନ୍ତି। ଏହି ମାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟି ଯାଇଛି। ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବର୍ଷା ଦିନେ ଏ ରାସ୍ତାର ଅବସ୍ଥା କ’ଣ ହୁଏ, ତାହା ନ କହିବା ଭଲ। ପୂରା ରାସ୍ତାଟି କାଦୁଅ ହୋଇଯାଏ। ତେଣୁ ଯା’ଆସରେ ବଡ଼ ଅସୁବିଧା ହୁଏ। ଆମ୍ବୁଲାନ୍ସ ଆସି ପାରେ ନାହିଁ।

Show More
Back to top button