ମଙ୍ଗଳବାର ଦିନ କରନ୍ତୁ ସୁନ୍ଦରକାଣ୍ଡ ପାଠ

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୧/୨୦୨୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି । ଠିକ ସେହିଭଳି ମଙ୍ଗଳବାର ଦିନ ହନୁମାନଙ୍କୁ ସମର୍ପିତ । ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି । ହନୁମାନ ଖୁବ ସହଜରେ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ସେଥିପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଉଚିତ । ହିନ୍ଦୁ ଧର୍ମରେ ସୁନ୍ଦରକାଣ୍ଡ ପାଠର ବିଶେଷ ମହତ୍ତ୍ୱ ରହିଛି । ସୁନ୍ଦରକାଣ୍ଡ ପାଠରେ ଭଗବାନ ହନୁମାନଙ୍କ ସମ୍ପର୍କରେ ବିସ୍ତୃତରେ ଦର୍ଶାଯାଇଛି । ତୁଳସୀ ଦାସଙ୍କ ଦ୍ୱାରା ରଚିତ ସୁନ୍ଦରକାଣ୍ଡ ସବୁଠାରୁ ଲୋକପ୍ରିୟ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ନିୟମିତ ଅନ୍ତରାଳରେ ଘରେ ସୁନ୍ଦରକାଣ୍ଡ ପାଠ କଲେ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଜାଣନ୍ତୁ ସୁନ୍ଦରକାଣ୍ଡ ପାଠର ମହତ୍ତ୍ୱ ଓ ବିଧି :ହନୁମାନ ନିଜ ଭକ୍ତଙ୍କୁ ବଳ, ବୁଦ୍ଧି ଓ କୃପା ପ୍ରଦାନ କରିଥାନ୍ତି । ସୁନ୍ଦରକାଣ୍ଡ ପାଠ କଲେ ବ୍ୟକ୍ତି ମଧ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ । ଯେଉଁମାନେ ପ୍ରତିଦିନ ସୁନ୍ଦରକାଣ୍ଡ ପାଠ କରନ୍ତି ସେମାନଙ୍କ ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ସୁନ୍ଦରକାଣ୍ଡ ପାଠ କଲେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ନକାରାତ୍ମକ ଭାବନା ଦୂର ହୋଇଥାଏ । ଏହାଦ୍ୱାରା ସକାରାତ୍ମକ ପରିଣାମ ମଧ୍ୟ ମିଳିଥାଏ । ସେଥିପାଇଁ ପଟାଏକ ଘରେ ସୁନ୍ଦରକାଣ୍ଡ ପାଠ କରିବା ଉଚିତ ।
ଯଦି ଆପଣ ବିଶେଷ ଫଳ ପ୍ରାପ୍ତି ପାଇଁ ସୁନ୍ଦରକାଣ୍ଡ ପାଠ କରୁଛନ୍ତି ତାହେଲେ ମଙ୍ଗଳବାର କିମ୍ବା ଶନିବାରରୁ ଆରମ୍ଭ କରନ୍ତୁ
- ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ
- ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ପୂଜାସ୍ଥାନରେ ଥିବା ହନୁମାନଙ୍କ ପ୍ରତିମା ବିଶେଷ ରୂପେ ପୂଜା କରିବା ଉଚିତ
- ହନୁମାନଙ୍କ ପାଖରେ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମା ନିଶ୍ଚୟ ସ୍ଥାପିତ କରନ୍ତୁ
- ଫୁଲ, ଫଳ, ସିନ୍ଦୁର ଓ ମିଠା ଅର୍ପଣ କରି ହନୁମାନଙ୍କ ପୂଜା କରନ୍ତୁ
- ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ଗଣେଶ ବନ୍ଦନା ନିଶ୍ଚୟ କରନ୍ତୁ
- ସୁନ୍ଦରକାଣ୍ଡ ପାଠ କରିବା ସମୟରେ ତୁଳସୀ ଦାସ ଦ୍ୱାରା ରଚିତ ରାମଚରିତମାନସ ପୂଜା ମଧ୍ୟ କରିବା ଉଚିତ