ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୩ : ଶେଷରେ ତୁଟିଲା ବିବାଦ । କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ଧବଳେଶ୍ବର ମନ୍ଦିରର ସେବାୟତଙ୍କ ସହ ବିବାଦ ତୁଟିଛି । ସେବାୟତଙ୍କ ତିନି ଦାବି ଖୁବ୍ ଶୀଘ୍ର ପୂରଣ ହେବାର ପ୍ରତିଶୃତି ପରେ ଧାରଣାରୁ ଉଠିଛନ୍ତି ସେବାୟତ। ଯାହାଫଳରେ ଭକ୍ତମାନେ ଆଜି ସୁରୁଖୁରୁରେ ଦିଅଁ ଦର୍ଶନ କରୁଛନ୍ତି ।ଗତକାଲି ବ୍ୟାରିକେଟ୍ ପାଇଁ ଧବଳେଶ୍ବର ପୀଠରେ ମୁହାଁମୁହିଁ ହୋଇଥିଲେ ପ୍ରଶାସନ ଓ ପୂଜକ ।
ବ୍ୟାରିକେଟ୍ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଫଳରେ ସକାଳ ୧୦ଟାରୁ ମନ୍ଦିର ଦ୍ବାର ବନ୍ଦ ରହିଥିଲା । ମନ୍ଦିର ମୁଖ୍ୟ ଦ୍ବାରରେ ତାଲା ପକାଇଥିଲେ ଜକ ସମାଜ । ଦ୍ବିତୀୟ ପଞ୍ଚୁକରେ ମନ୍ଦିର ବାହାରେ ହଜାର ହଜାର ଭକ୍ତ ଧାଡିରେ ଛିଡ଼ା ହୋଇଥିଲେ । ବିବାଦ ତୁଟିବା ପରେ ଆଜି ଦର୍ଶନ କରିବେ ଭକ୍ତ