ସତ୍ୟଶିଖା (ପୁରୀ) ୨୭/୧୧/୨୦୨୦ : ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ବେଳେ ଭିଡ଼ ତଥା ଗହଳି ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚୌହଦିରେ ସିଆରପିସି ୧୪୪ ଧାରା ଲାଗୁ କରିଛି । ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା କଟକଣା ଜାରି ରହିବ । ଏହି ସମୟରେ ସେବାୟତ ଓ ଡ୍ୟୁଟିରେ ଥିବା ଅଫିସର କେବଳ କଟକଣା ଇଲାକାରେ ପ୍ରବେଶ କରି ପାରିବେ । ବେଶ ଓଲାଗି ପରେ ଭକ୍ତଙ୍କୁ ମହାପ୍ରସାଦ ସେବା ମିଳିପାରିବ ବୋଲି ସୁଆର ମହାସୁଆର ନିଯୋଗ ସୂଚନା ଦେଇଛି ।
ନାଗାର୍ଜୁନ ବେଶ ପରେ ଭକ୍ତଙ୍କୁ ମିଳିବ ଅବଢ଼ା
