ଧର୍ମସାହିତ୍ୟ ଓ ସଂସ୍କୃତି

ନାଗାର୍ଜୁନ ବେଶ ପରେ ଭକ୍ତଙ୍କୁ ମିଳିବ ଅବଢ଼ା

ସତ୍ୟଶିଖା (ପୁରୀ) ୨୭/୧୧/୨୦୨୦ : ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ବେଳେ ଭିଡ଼ ତଥା ଗହଳି ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚୌହଦିରେ ସିଆରପିସି ୧୪୪ ଧାରା ଲାଗୁ କରିଛି । ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା କଟକଣା ଜାରି ରହିବ । ଏହି ସମୟରେ ସେବାୟତ ଓ ଡ୍ୟୁଟିରେ ଥିବା ଅଫିସର କେବଳ କଟକଣା ଇଲାକାରେ ପ୍ରବେଶ କରି ପାରିବେ । ବେଶ ଓଲାଗି ପରେ ଭକ୍ତଙ୍କୁ ମହାପ୍ରସାଦ ସେବା ମିଳିପାରିବ ବୋଲି ସୁଆର ମହାସୁଆର ନିଯୋଗ ସୂଚନା ଦେଇଛି ।ଶ୍ରୀମନ୍ଦିର ଚୌହଦିର କଟକଣା ଇଲାକାରେ ରହିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ମହାପ୍ରସାଦ ସେବା କେନ୍ଦ୍ର । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଏବଂ ଉତ୍ତର ଦ୍ୱାର ସମ୍ନାରେ ରହିଛି ମହାପ୍ରସାଦ ବିକ୍ରି କେନ୍ଦ୍ର । ଏହି ଇଲାକାକୁ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି । ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟରେ ରହିଛି ନଭେମ୍ବର ୨୭ ତାରିଖ ଅପରାହ୍ନ ଦୁଇଟା ସୁଦ୍ଧା ବେଶ ଓଲାଗି ହେବ । ଏହି ପରିପ୍ରେକ୍ଷୀରେ ନାଗାର୍ଜୁନ ବେଶ ଓଲାଗି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ । ଏହି ସମସ୍ୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି । ଏହି ବୈଠକରେ ନିଷ୍ପତ୍ତି ହୋଇଛି ବେଶ ଓଲାଗି ପରେ ହିଁ ମହାପ୍ରସାଦ ସେବା ଭକ୍ତ ପାଇବେ । ବରାଦି ଅବଢ଼ା ପାଇଁ ଆସିଥିବା ଯାନବାହନ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରି ଅପେକ୍ଷା କରିବେ ।

ବେଶ ଓଲାଗି ପରେ ଅବଢ଼ା ପାଇଁ ଯାନବାହନଗୁଡିକର ଶ୍ରୀମନ୍ଦିର ପାଖକୁ ଯାଇ ପାରିବ । ସେହିଭଳି ଭକ୍ତମାନେ ବି ବେଶ ଓଲାଗି ପରେ ମହାପ୍ରସାଦ ପାଇଁ ଟୋକନ୍‌ କାଟିବେ । ଟୋକନ୍‌ ଆଧାରରେ ଭକ୍ତମାନେ ଅବଢ଼ା ପାଇପାରିବେ । ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରି କହିଛନ୍ତି ବେଶ ଓଲାଗି ସୁଦ୍ଧା ତିନିଟି ଭୋଗ ବାହାରିବ । ପ୍ରଥମ ହେଉଛି ରାଜ ଭୋଗ। ଦ୍ୱିତୀୟ ହେଉଛି ବାଳ ଭୋଗ ଏବଂ ତୃତୀୟ ହେଉଛି ପ୍ରଥମ ଭୋଗ ମଣ୍ଡପ । ପ୍ରଥମ ଭୋଗ ମଣ୍ଡପରେ ବାହାରିଥିବା ମହାପ୍ରସାଦ ବେଶ ଓଲାଗି ପରେ ପାଇବେ ।

Show More
Back to top button