ଶକ୍ତି ପରୀକ୍ଷା ଦାବି କଲେ ଦେବେନ୍ଦ୍ର ଫଡ଼ଣବୀସ, ଜରୁରୀକାଳୀନ ବୈଠକ ଡାକିଲେ ଏକନାଥ ଶିନ୍ଦେ

ସତ୍ୟଶିଖା(ମୁମ୍ବାଇ )୨୯.୦୬. ୨୦୨୨:  ମହାରାଷ୍ଟ୍ରରେ ଜାରିଥିବା ରାଜନୈତିକ ସଂକଟ ନାଟକ ମୋଡ଼ ନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ପରେ ଫଡ଼ଣବୀସ ରାଜ୍ୟପାଳକୁ ଶକ୍ତି ପରୀକ୍ଷା ଦାବି କରିଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ପାଖରେ ବହୁମତ ନାହିଁ । ବିଦ୍ରୋହୀ ବିଧାୟକମାନେ ଶିବସେନାକୁ ସମର୍ଥନ ଜଣାଉ ନାହାନ୍ତି ।

ଫଡ଼ଣବୀସ କହିଛନ୍ତି ଯେ, ଆମ ତରଫରୁ ରାଜ୍ୟପାଳଙ୍କୁ ଏକ ଚିଠି ଦିଆଯାଇଛି । ବିଦ୍ରୋହୀ ବିଧାୟକ କହୁଛନ୍ତି ଯେ, ତାଙ୍କୁ ଶିବସେନା ସହିତ ଯିବାର ନାହିଁ । ସେମାନେ ମହା ବିକାଶ ଅଘାଡିକୁ ମଧ୍ୟ ସମର୍ଥନ ଦେଉ ନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟପାଳଙ୍କୁ ତୁରନ୍ତ ଶକ୍ତି ପରୀକ୍ଷା କରିବାର ଆବଶ୍ୟକତା ଅଛି । ତେଣୁ ଉଦ୍ଧବ ସରକାରଙ୍କୁ ବହୁମତ ପ୍ରମାଣିତ କରିବାର ଦରକାର ।

ଶିବସେନାର ବିଧାୟକମାନେ ମଧ୍ୟ ତାଙ୍କୁ ଧମକାଉଛନ୍ତି । ରାଜ୍ୟସଭା ସଦସ୍ୟ ସଂଜୟ ରାଉତ ସର୍ବସାଧାରଣ ଭାବେ କହିଛନ୍ତି ଯେ, ତାଙ୍କ ୪୦ ଶବ ଗୁଆହାଟୀରୁ ଫେରିବ । ଏହା ବ୍ୟତୀତ ଶିବସେନାର ଅନ୍ୟ ନେତାମାନେ ମଧ୍ୟ ଏଭଳି ଭାଷାର ବ୍ୟବହାର କରୁଥିବା ଦେବେନ୍ଦ୍ର ଫଡ଼ଣବୀସ ଅଭିଯୋଗ ଆଣିଛନ୍ତି ।

ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦେବେନ୍ଦ୍ର ଫଡ଼ଣବୀସ ଭେଟିଥିଲେ । ଏହି ସାକ୍ଷାତକାର ସମୟରେ ମହାରାଷ୍ଟ୍ରର ରାଜନୀତି ସଂପର୍କରେ ମଂଥନ ହୋଇଥିଲା । ଏହି ବୈଠକପରେ ଦେବେନ୍ଦ୍ର ଫଡ଼ଣବୀସ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟି ଶକ୍ତି ପରୀକ୍ଷା କରିବାକୁ ଦାବି କରିଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜ୍ୟପାଳ ଓ ଦେବେନ୍ଦ୍ରଙ୍କ ଭେଟ ପରେ ବିଜେପିର ଆଗାମୀ ପଦକ୍ଷେପ କ’ଣ ହେବ, ତାହା ଦେଖିବାକୁ ବାକି ରହିଛି । ଶିନ୍ଦେ ସମୂହ ତରଫରୁ ବଡ଼ ବଡ଼ ଦାବି ହୋଇଆସୁଛି । ଏକନାଥ ଶିନ୍ଦେ ଜରୁରୀକାଳୀନ ବୈଠକ ଡାକିଛନ୍ତି ।

Exit mobile version