

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧: ଆସନ୍ତା ୨୭ ତାରିଖରୁ ଉପକୂଳ ଓଡିସାରେ ବଢିବ ଶୀତ । ସେହିପରି ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ହ୍ରାସ ହୋଇଯିବ । ଏହାସହିତ କେନ୍ଦ୍ରୀୟ ପଶ୍ଚିମ ଓ ଆଭୟନ୍ତରୀଣ ଦକ୍ଷିଣ ଓଡିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି ।
ସେପଟେ ଉପକୂଳ ଓଡିଶାରେ ଆଗାମୀ ୨୭ ତାରିଖରୁ ୧ ଡିଗ୍ରୀ ତାପମାତ୍ରା ହ୍ରାସ ହେବ । ଏହାସହିତ ୨୯ ତାରିଖରୁ ତାପମାତ୍ରା ୧ ଡିଗ୍ରୀ ବଢିବ । ହେଲେ ପରବର୍ତ୍ତୀ ଦୁଇ ଦିନ ଯାଏଁ ପାଗ ଅପରିବର୍ତ୍ତିତ ରହିବ ।
ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବନି । ୨୯ ଓ ୩୦ ତାରିଖରେ ଦକ୍ଷିଣ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।