ସତ୍ୟଶିଖା ୧୧/୦୨/୨୦୨୧ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍ ଏକା ସାଙ୍ଗେ ଚଢାଉ କରୁଛି । ଡେପୁଟି ରେଞ୍ଜରଙ୍କ ଅଫିସ, ଭଡ଼ା ଘର, ଇନ୍ଦିରା ନଗର ସମେତ ୫ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍ର ଏହି ଚଢାଉରେ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧାର କେଶବଙ୍କ ଘରୁ ନଗଦ ଟଙ୍କା ଓ ସୁନା ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।
ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର
