ନ୍ୟୁଜ୍ସ୍ୱାସ୍ଥ୍ୟ

ବର୍ଷା ଆରମ୍ଭରୁ ବ୍ୟାପିଲ୍ଲା ଡେଙ୍ଗୁ l

ସତ୍ୟଶିଖା :୨୭/୦୫/୨୦୨୫:ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ବ୍ୟାପିଲା ଡେଙ୍ଗୁ । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଆକ୍ରାନ୍ତ ହୋଇଛନ୍ତି ।  ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ଜଣେ ନାବାଳକଙ୍କ ମୃତ୍ୟୁ । ଏବେ ବି ୮ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଗ୍ରାମରେ ପରିମଳ ବ୍ୟବସ୍ଥା ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ବିଭିନ୍ନ ସାହି ମାନଙ୍କରେ ନାଳ ନର୍ଦ୍ଦମା ପାଣି ଜମି ରହିଛି, ଯାହା ଦ୍ୱାରା ଗ୍ରାମରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଡେଙ୍ଗୁ ରୋଗର ନିରାକରଣ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗ୍ରାମରେ କୌଣସି ସଚେତନତା କରାଯାଇନଥିବା ମଧ୍ୟ କିଛି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମର ବିଭିନ୍ନ ସ୍ଥାନରେ ପାଣି ଜମି ରହି ଦୁର୍ଗନ୍ଧ ହେବା ସହ ପୋକ ମାଛି ଆଦି ଘୁରି ବୁଲୁଥିବାରୁ ଗ୍ରାମବାସୀ ମାନେ ଦୁଶ୍ଚିନ୍ତାରେ ରହିଛନ୍ତି । ଡେଙ୍ଗୁ ରୋଗରେ ମୃତ୍ୟୁ କିମ୍ବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ମେଡିକାଲ ଟିମ ଗ୍ରାମରେ ପହଞ୍ଚିବା ସହ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ସେମାନେ ଦାବି କରିଛନ୍ତି ।

ଗତ ବର୍ଷ ମଧ୍ୟ୍ୟ ପଞ୍ଚାୟତରେ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଵା ନଜିର ରହିଛି । ଅନ୍ୟପଟେ ଏନେଇ ବହୁବାର ସଚେତନ କରାଯାଇଛି । ଏହାର ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ତ୍ୟ ଅଧିକାରୀ ଡ଼ଃ. ସ୍ୱାଧୀନ କୁମାର ରଥ ସୂଚନା ଦେଇଛନ୍ତି । ଏବେ ମେଡିକାଲ ଟିମ ପହଞ୍ଚି ସ୍ଥିତି ଯାଞ୍ଚ କରିବ ବୋଲି କୁହାଯାଇଛି ।

Show More
Back to top button