ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରତିକ୍ରିୟା l


ସତ୍ୟଶିଖା ( ଭୁବନେଶ୍ୱର ) ୨୬ . ୦୮.୨୦୨୦ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତେବେ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରତିକ୍ରିୟା । ସମଗ୍ର ରାଜ୍ୟରେ ବର୍ଷା ହୋଇଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଆନନ୍ଦ ପୁର ପାଖରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ ।
ଆସନ୍ତାକାଲି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ଭଦ୍ରକକୁ ଗୋଟିଏ ଏନିଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁର କୁ ଗୋଟିଏ ଏନିଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯିବ । ବାରିପଦା ଓ ବାଲେଶ୍ୱରରେ ଏନିଡିଆରଏଫ, ଓଡ୍ରାଫ ଟିମ ଅଛି । କେନ୍ଦ୍ରାପଡାରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ହାଂସୁଆ ପାଇକାରେ ମଧ୍ୟ ଜଳସ୍ତର ବଢୁଛି । ବର୍ତ୍ତମାନ ଟିମ ରେଡି ଅଛନ୍ତି ଯେଉଁଠି ଆବଶ୍ୟକ ହେବ ଯିବେ ।