ପୁରୀରେ ପୁନର୍ବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା, ସରାକରୀ ଜମିରେ ଜବରଦଖଲକୁ ବିରୋଧ

ସତ୍ୟଶିଖା ( ପୁରୀ )୩୦/୧୦ /୨୦୨୧: ପୁରୀରେ ପୁନର୍ବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ନରେନ୍ଦ୍ର କୋଣ, ରାୟବାହାଦୂର ଲେନ, ଗୋପବନ୍ଧୁ କଲୋନୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ତେବେ ଦୀର୍ଘଦିନ ଧରି ଏଠାରେ ପୌର ସଂସ୍ଥାର ସ୍ବିପରମାନେ ସରକାରୀ ଜମି ଉପରେ ଘର କରି ରହୁଥିବା ବେଳେ ଘର ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରାୟ ୮ରୁ ଉର୍ଦ୍ଧ୍ବ ପରିବାର ଏଠାରେ ଦୀର୍ଘଦିନ ଧରି ରହିଆସୁଥିବା ବେଳେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ ପାଇଁ ସେମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା ନକଲେ ମରିବୁ ପଛେ ଘର ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ। ସେପଟେ ଏହା ସରକାରୀ ଯାଗା ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ଆରଆଇ କହିଛନ୍ତି।

Exit mobile version