ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ସତ୍ୟଶିଖା (ପୁରୀ) ୨୦/୧୦/୨୦୨୦ : ତାଳବଣିଆସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୩୫ଟି ଦୋକାନ ଘରର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ୨ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଉପଜିଲ୍ଲାପାଳଙ୍କ ସମେତ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି । ଏହାସହ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବିପଦ ଶଙ୍କୁଳ ଥିବା ଦର୍ଶାଇ ନିର୍ମାଣ ଚାଲିଥିବା ଷ୍ଟାଡିୟମ୍‌କୁ ଲାଗି ରହିଥିବା ଦୋକାନ ଘର ଉଚ୍ଛେଦ ପାଇଁ  ହୋଇଥିଲା ନୋଟିସ୍‌  । ଉଚ୍ଛେଦ ପୂର୍ବରୁ ଦୋକାନ ଘର ଖାଲି କରିବାକୁ ୭ ଦିନ ପୂର୍ବରୁ ନୋଟିସ୍ କରାଯାଇଥିଲା । ଏହିପ୍ରରିପେକ୍ଷୀରେ ଆଜି ଷ୍ଟାଡିୟମ ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

Show More
Back to top button