ଘରକରଣାରୋଷେଇ

ବଢୁଛି ‘ମାଟିରେ ତିଆରି ଫ୍ରିଜ୍’ର ଚାହିଦା

ମୂଲ୍ୟ ୧୬୦୦ ରୁ ୧୮୦୦ ଟଙ୍କା

ସତ୍ୟଶିଖା( କୋଏମ୍ବାଟୁର)୨୨.୦୪.୨୦୨୨:  ଯେମିତି ଖରା ହେଉଛି, ଘରେ ଫ୍ରିଜ୍‌ଟେ ରଖିବା ଜରୁରୀ ହୋଇଗଲାଣି। ପରିବା ସତେଜ ରହିବା ସହ ଥଣ୍ଡା ପାଣିର ସୁବିଧା ଏଇ ଫ୍ରିଜ୍ ଯୋଗାଏ। ଗାଁଗହଳି ଲୋକେ କିନ୍ତୁ ଫ୍ରିଜ୍‌ କିଣିବା ସପକ୍ଷରେ ନୁହନ୍ତି। କାରଣ ଏଇ ଗ୍ରୀଷ୍ମ ଦିନେ ବାରମ୍ବାର ବିଜୁଳି କାଟ ଯୋଗୁଁ ଫ୍ରିଜ୍ ଭଲରେ ଥଣ୍ଡା ହୁଏନି। ତା’ ସହ ଫ୍ରିଜ୍ ପାଣି ପିଇଲେ ଥଣ୍ଡା, ସର୍ଦି, ଗଳା ଦରଜ ସମସ୍ୟା ହୁଏ। ଏସବୁ ତଥ୍ୟକୁ ଭଲଭାବେ ଅନୁଧ୍ୟାନ କରିବା ପରେ ତାମିଲନାଡ଼ୁନିବାସୀ ଜଣେ ବ୍ୟକ୍ତି ମାଟିର ଫ୍ରିଜ୍‌ଟେ ତିଆରି କରିଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଏମ୍ବାଟୁର ଅନ୍ତର୍ଗତ କରୁମାଥାମପଟ୍ଟି ଗାଁର ବାସିନ୍ଦା ହେଲେ ଏମ୍.ଶିବାସାମୀ। ମାଟିର ଫ୍ରିଜ୍‌ ତିଆରି କରି ୟୁ-ଟ୍ୟୁବ୍‌ରେ ସେ ଏହାର ବିଜ୍ଞାପନ ପ୍ରଚାର କଲେ। ଭାରତର ବିଭିନ୍ନ ଅଞ୍ଚଳର ଲୋକେ ଏଇ ଫ୍ରିଜ୍‌କୁ ଦେଖି ପସନ୍ଦ କରିବା ସହ ବରାଦ୍ ଦେବା ଆରମ୍ଭ କରିଛନ୍ତି। ଏବେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

Show More
Back to top button