ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ସତ୍ୟଶିଖା( ବଲାଙ୍ଗିର )୨୬.୦୮ . ୨୦୨୨: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଭାପତି ଜୟନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ସ୍ତରୀୟ ଭାଇ ଚାରାର ପର୍ବ ତଥା କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଜୟନ୍ତ କୁମାର ସାହୁ କହିଥିଲେ ଯେ, ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବର୍ତ୍ତମାନ ସମୟରେ ରାଜ୍ୟ ଓ ଦେଶ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଏକ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ।

ଏହି ଦିନଟି ପଶ୍ଚିମ ଓଡ଼ିଶା ବାସୀଙ୍କ ଭାବା ବେଗ ସହିତ ଗଭୀର ଭାବରେ ଜଡିତ ରହୁଥିବାରୁ ଏଭଳି ସମୟରେ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଛୁଟି ନମିଳିବା ନିଶ୍ଚିତ ଭାବରେ ସରକାର, ପ୍ରଶାସନ ଏବଂ ବେସରକାରୀ ସଂସ୍ଥାଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ଇଂଗିତ କରୁଅଛି। ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ସ୍ତରରେ ୩ ଦିନ ଛୁଟି ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କୁ ତତ୍ ଅନୁରୂପ ଜାତୀୟ ସ୍ତର ଛୁଟି ମଞ୍ଜୁରୀ ପାଇଁ ଦାବି କରୁଛନ୍ତି। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଦସ୍ୟ ବିଜୟ ମହାକୁର, ରାଜା ବଗର୍ତ୍ତି, ଖଗେଷ୍ପର ପ୍ରଧାନ, ସାହିଲ ଖାନ, ମୋହନ ସାହୁ, ସଞ୍ଜୀବ ସିନା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version