ଅନ୍ୟାନ୍ୟଧର୍ମରାଜ୍ୟସ୍ପେଶାଲ୍ ରିପୋର୍ଟ

ଶ୍ରୀମନ୍ଦିର ଖୋଲିବାକୁ ଦାବି l

ସତ୍ୟଶିଖା (ପୁରୀ) ୦୬.୧୦.୨୦୨୦ : ଶ୍ରୀମନ୍ଦିର ଖୋଲିବା ଦାବି ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମୟରେ ଯଦି ଅନେକ ଲୋକ ସେଠାରେ ସାମିଲ ହେଲେ ତେବେ ଶ୍ରୀମନ୍ଦିର ଖୋଲିଲେ ଅସୁବିଧା କଣ ବୋଲି ଦାମଦୋର ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୪ଟି ପର୍ଯ୍ୟାୟରେ ଦିଆଯାଇଥିବା ୫୦୦୦ ଟଙ୍କାରେ ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବା ଉଚିତ ବୋଲି ସେ କହିଛନ୍ତି ।ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ଦୀର୍ଘ ୬ ମାସ ହେବ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ଏହି ମହାମାରୀ ଯୋଗୁଁ ପ୍ରାୟ ୫୦୦ ସେବାୟତ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ପରିସ୍ଥିତିରେ ମହାମାରୀ ବଢୁଥିବାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ହେଲେ ସଂକ୍ରମଣ ବଢିବା ସହ ଏଥିରେ ସେବାୟତ ଓ କର୍ମଚାରୀ ଆକ୍ରାନ୍ତ ହେବେ। ଯାହାଦ୍ବାରା ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଆଉ୨/୩ ମାସ ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦିଆଯାଉ ବୋଲି ବରିଷ୍ଠ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ କହିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ କରିଛନ୍ତି ସେବାୟତ । ସମସ୍ତ ଦାବି ଲିଖିତ ଆକାରରେ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ସବୁ ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା କୁହାଯାଇଛି ।

Show More
Back to top button