ଦେଶ

ଲକ୍‌ଡାଉନ୍ ଦେଲା ଦେଶକୁ ଭଲ ଖବର

ନୂଆଦିଲ୍ଲୀ: କୋଭିଡ୧୯ର ମୁକାବିଲା କରିବାକୁ ଯାଇ ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ସାରା ଦେଶ ଲକ୍‌ଡାଉନ୍ ରହିଛି। ଦେଶର ୧୩୦ କୋଟି ଲୋକଙ୍କୁ ଘରେ ରହିବାକୁ ସରକାର କହିଛନ୍ତି। ଦେଶବାସୀ ଘରେ ରହିବା ସହିତ ଯାନବାହନ, ଦୋକାନ, ଅନେକ ଛୋଟ ବଡ଼ ଶିଳ୍ପ ମଧ୍ୟ ବନ୍ଦ ରହିଛି। ଯାହାର ପ୍ରଭାବରେ ଦେଶର ବାୟୁମଣ୍ଡଳର ଗୁଣବତ୍ତା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ଓ୍ୱେଦର ଫୋରକାଷ୍ଟିଙ୍ଗ ଏବଂ ରିସର୍ଚ୍ଚ (ଏସଏଏଫଏଆର) କହିଛି ଏବେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ୩୦ ପ୍ରତିଶତ କମିଛି। ଯାହାକି ପିଏମ ୨.୫। ସେହିପରି ଅହମଦାବାଦ ଏବଂ ପୁଣେରେ ୧୫ ପ୍ରତିଶତ ପ୍ରଦୂଷଣ ମାତ୍ରା କମିଛି।

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ସିପିସିବି) ମଧ୍ୟ ବାୟୁମଣ୍ଡଳର ଗୁଣବତ୍ତାକୁ ନେଇ ସ୍ପଷ୍ଟୀକରଣ ରଖିଛି। ଦିଲ୍ଲୀରେ ବାୟୁମଣ୍ଡଳର ଗୁଣବତ୍ତା ଭଲ ଶ୍ରେଣୀରେ ରହିଛି। ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଥିବା ଉତ୍ତର ପ୍ରଦେଶର କାନପୁରରେ ମଧ୍ୟ ପ୍ରଦୂଷଣର ମାତ୍ରା ସନ୍ତୋଷଜନକ ଶ୍ରେଣୀର ରହିଛି ବୋଲି ସିପିସିବି କହିଛି। ଲକ୍‌ଡାଉନ୍ ବେଳେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା କମିବା ସରକାରଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ବୋଲି ପରିବେଶବିତ୍ କହିଛନ୍ତି।

[ad_2]
Show More
Back to top button