ନ୍ୟୁଜ୍ରାଜନୀତିରାଜ୍ୟ

ଜିରା ନଦୀରେ ସେତୁ ନିର୍ମାଣରେ ବିଳମ୍ବ ପ୍ରତିବାଦ

ସତ୍ୟଶିଖା ( ବରଗଡ )୦୯/୧୦ /୨୦୨୧: ବରଗଡ ଜିଲା ଜିରା ନଦୀରେ ସେତୁ ନିର୍ମାଣରେ ବିଳମ୍ବ ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ । ଏହି ନିର୍ମାଣ କାର୍ଯ୍ୟ ୩୦ ମାସରେ ତଥା ୨ ନଭେମ୍ବର ୨୦ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଏ ଯାଏଁ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିନାହିଁ । ଯାହାଦ୍ୱାରା ବରଗଡ଼ ସହରରେ ଥିବା ଅମ୍ବାପାଲି ସମ୍ପୂର୍ଣ୍ଣ ସହର ଠାରୁ ବିଛିନ୍ନ ହୋଇଯାଉଥିବା ବେଳେ ବଲାଙ୍ଗୀର , ସୋନପୁର ଜିଲା ସମେତ ବିଜେପୁର ଓ ବରପାଲି ,ପଦ୍ମପୁର, ଗାଇସିଲେଟ, ଝାରବନ୍ଧ ଓ ପାଇକମାଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସେତୁ ଏବେ ୨୦ କୋଟି ଟଙ୍କାକୁ ପହଁଚିଛି । ହେଲେ ପ୍ରଶାସନିକ ସ୍ତରରେ ଉଦାରତା ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ବିଜେପି ଦଳ ପକ୍ଷରୁ ତୁରନ୍ତ ସେତୁ ନିର୍ମାଣ ପାଇଁ ଜିରା ନଦୀରେ ଜଳସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖିଛି ।

Show More
Back to top button