କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍ଡାଉନ୍ ଅବଧି


କଟକ(ସତ୍ୟଶିଖା): କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍ଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ଶଟ୍ଡାଉନ୍। ବର୍ତ୍ତମାନ ‘କରୋନା’ ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିଲା କଟକ ସହର ଶଟ୍ଡାଉନ୍ ଅବଧି। ତେବେ ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ(ସିଏମ୍ସି)। ୧୧ ତାରିଖ ଶନିବାର ଓ ୧୨ ତାରିଖ ରବିବାର ପୂରା ଜିଲ୍ଲାରେ ସପ୍ତାହାନ୍ତ ଶଟ୍ଡାଉନ୍ ରହିବ। ୧୦ ତାରିଖ ଯାଏଁ ସକାଳ ୫ଟାରୁ ସା ୬ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।
ସିଏମ୍ସି ଅଞ୍ଚଳରେ ୧୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୭୪ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ
After reviewing the current situation, in addition to the order no. 5621 dated 4.7.2020, It is hereby ordered to shutdown the entire #Cuttack city (CMC area) till the midnight of 10.7.2020.
Requesting everyone to cooperate and abide by the guidelines. pic.twitter.com/po8ryWmHWU
— CMC,Cuttack (@CMCCuttack) July 7, 2020
ଆହୁରି ପଢ଼ନ୍ତୁ
[ad_2]