ସତ୍ୟଶିଖା ୩୦/୧୨/୨୦୨୦ : ଚୀନ ସହ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲଦ୍ଦାଖ ବିବାଦର ଏ ସମାଧାନ ବାହାରିପାରିନାହିଁ । ସେଠାରେ ଯଥାସ୍ଥିତି ବଜାୟ ରହିଛି । ଯଦି କୌଣସି ଦେଶ ବିସ୍ତାରବାର ନୀତି ଆପଣାଇବା ତାହା ହେଲେ ଏହାର କଡା ଜବାବ ଦିଆଯିବ । ଚୀନ ସହିତ ଏବେ ବି ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆଉ ଏକ ସୈନ୍ୟସ୍ତରୀୟ ବୈଠକ ହେବ । ଚୀନ ସହ ସୀମା ବିବାଦ ବହୁତ ଦିନର ହୋଇଥିବାରୁ ଏହାର ଶୀଘ୍ର ସମାଧାନ ହେବା ଦରକାର ବୋଲି କହିଛନ୍ତି ରାଜନାଥ ।
ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
