ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ପରୀ ମୃତ୍ୟୁ ପାଇଁ ଆଉ ପ୍ରାୟଶ୍ଚିତ କରିବେ ନାହିଁ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାରୀକୁ ଚିହ୍ନଟ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା । ପରୀ ହତ୍ୟାକାରୀ ଯଦୁପୁର ଗାଁର । ଏନେଇ କିଛି ସମୟରେ ଅଧିକ ତଥ୍ୟ ପ୍ରକାଶ କରିବ ଏସଆଇଟି । ପରୀ ମୃତ୍ୟୁର ୮ ମାସରେ ହତ୍ୟାକାରୀକୁ ଚିହ୍ନଟ କରିଛି ଏସଆଇଟି । ପରୀକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା କଥା ଏସଆଇଟି ତରଫରୁ ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି । ଏହା ସହ ହତ୍ୟାକାରୀକୁ ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା । ଏନେଇ ଗଣମାଧ୍ୟମରେ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତାଙ୍କ ସୂଚନା ମୁତାବକ ପ୍ରଥମେ ପରୀକୁ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାକୁ ହତ୍ୟା କରାଯାଇଥିଲା । ଏନେଇ ପରୀର ଡ୍ରେସରୁ ମିଳିଥିବା ସିମନ୍ ରୁ ସ୍ପଷ୍ଟ ହୋଇଛି । ଏହାସହ ସିମନ ମାଧ୍ୟମରେ ପରୀ ହତ୍ୟାକାରୀ ପାଖରେ ପହଂଚିଛି ତଦନ୍ତକାରୀ ସଂସ୍ଥା ।
ପରୀ ହତ୍ୟା ମାମଲାର ଅଭିଯୁକ୍ତ ଚିହ୍ନଟ
