ଦୀପିକା ଓ ରଣବୀରଙ୍କ ମ୍ୟାରେଜ୍ ଭିଡିଓ


ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ବିବାହର ୫ ବର୍ଷ ପରେ ରିଲିଜ୍ ହେଲା ଦୀପିକା ଓ ରଣବୀରଙ୍କ ମ୍ୟାରେଜ୍ ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆରେ ତାହାକୁ ନେଇ ବଢୁଛି ଚର୍ଚ୍ଚା । କରଣ ଜୋହରଙ୍କ ଚାଟ୍ ସୋ କଫି ୱିଥ୍ କରନ୍ ସିଜନ୍-୮ ରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ଏହି ଭିଡିଓ । ଏପିସୋଡରେ ଉଭୟ ଉଭୟଙ୍କ ଲଭ୍ଷ୍ଟୋରୀ, କ୍ୟାରିଅର୍, ବିବାହ ଏବଂ ଅନ୍ୟାନ୍ୟ ବିଷୟରେ ପ୍ରଥମଥର ପାଇଁ ମନ ଖୋଲିକି କହିଛନ୍ତି। ରଣବୀର କହିଛନ୍ତି ଯେ ସେ ଦୀପିକାଙ୍କୁ ୨୦୧୫ରେ ମାଳଦ୍ୱୀପରେ ପ୍ରପୋଜ୍ କରିଥିଲେ ଆଉ ସେମାନେ ନିଜ ସର୍ମ୍ପକକୁ ୩ବର୍ଷ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଦୀପିକାଙ୍କୁ ପ୍ରପୋଜ୍ କରିବା ପାଇଁ ଯେଉଁ ହୀରା ମୁଦି ଆଣିଥିଲେ ତାହା ସେତେବେଳେ ତାଙ୍କ ପାଇଁ ସମ୍ବଳ ବାହାରେ ଥିଲା।
‘ଯେତେବେଳେ ରାମ୍ ଲୀଲାର ସୁଟିଂ ଚାଲିଥିଲା ସେତେବେଳେ ଆମେ ଡେଟିଂ ଫେଜରେ ଥିଲୁ। ଗୋଟେ ସମୟ ଆସିଲା ଯେତେବେଳେ ମୁଁ ଅନୁଭବ କଲି କି SHE IS THE ONE. ତେଣୁ ମୁଁ ଭାବିଲି, କିଛି ବି ଘଟିବା ପୂର୍ବରୁ ଆଗ ପ୍ରପୋଜ୍ କରିବି’ । ସେତେବେଳେ ଉଭୟ ଛୁଟିରେ ମାଲଦ୍ୱୀପ ଯାଉଥିଲେ ଏବଂ ଡିସାଇଡ୍ କରିଥିଲେ କି ସେହି ଛୁଟିରେ ସେ ଦୀପିକାଙ୍କୁ ପ୍ରପୋଜ୍ କରିବେ। ସେଠାରେ ଦୀପିକା ତାଙ୍କ ପ୍ରସ୍ତାବକୁ ହଁ କରିଥିଲେ । ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ଏହି ଏପିସୋଡ୍ରେ ରଣବୀର ସିଂ ତାଙ୍କର କ୍ୟାରିଅର ବିଫଳତା ବିଷୟରେ ମଧ୍ୟ କହିଥିଲେ, ଯେତେବେଳେ ତାଙ୍କର ୩ ଟି ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଥିଲା ଏବଂ ସେ କହିଥିଲେ, “ମୁଁ ବିଶେଷ କରି ସର୍କସ ପରେ ବହୁତ କଠିନ ସମୟ ଦେଇ ଗତି କରିଥିଲି। କୋଭିଡ୍ ପରେ ଫିଲ୍ମ 83 ବି ଭୁଲ୍ ସମୟରେ ରିଲିଜ୍ ହେଇଥିଲା। ମୁଁ କେବେ ଗୋଟେ ଲାଇନ୍ ରେ ଲଗାତାର ତିନୋଟି ଫ୍ଲପ୍ ଦେଖିନଥିଲି। ତେଣୁ ଏହା ମୋ ପାଇଁ ନୂଆ ଥିଲା। ମୁଁ ଭଲରେ ନଥିଲି। କିନ୍ତୁ ତା’ପରେ ମୁଁ ମୋ ଚାରିପାଖରେ ଘଟୁଥିବା ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇଲି। ପୂର୍ବ ଅପେକ୍ଷା ମନରେ ଅଧିକ କୃତଜ୍ଞତା ରଖି ସେ ସବୁରୁ ବାହାରକୁ ବାହାରିଲି । ଏହି ସମୟରେ ରଣବୀରଙ୍କୁ ପଚରାଯାଇଥିଲା କିଛି ଲୋକଙ୍କ ମତରେ ସେ ଡନ୍ ୩ ପାଇଁ ଫିଟ୍ ନୁହଁନ୍ତି । ସେମାନଙ୍କୁ ସେ କଣ କହିବେ ‘ମୋତେ ଏକ ସୁଯୋଗ ଦିଅ, ମୁଁ ଗତ ୧୨-୧୩ ବର୍ଷ ମଧ୍ୟରେ ଭଲ କାମ କରିଛି ତେଣୁ ମୁଁ ଏକ ସୁଯୋଗ ପାଇବାକୁ ଯୋଗ୍ୟ’ କହି ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି।