ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ହ୍ରାସ ଦୈନିକ ସଂକ୍ରମଣ

ସତ୍ୟଶିଖା( ନୂଆଦିଲ୍ଲୀ )୦୩.୦୩.୨୦୨୨ :ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୪୫,୧୬୦କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୪,୯୪୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ମୋଟ ୪,୨୩,୫୩,୬୨୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୨%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୪,୩୮୮ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ୭୭,୧୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦. ୧୮%। ଦିନକ ପୂର୍ବରୁ ୮,୮୨,୯୫୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୭,୦୦,୫୦,୦୦୫ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟାରେ ୨୧,୮୩,୯୭୬ ଟିକା ନେଇଥିବା ବେଳେ ମୋଟ ୧,୭୮,୦୨,୬୩,୨୨୨ ଟିକାକରଣ କରାଯାଇଛି। ଗୁରୁବାର ୩,୮୦,୭୭୯ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍‍ ଯୋଗେ ସୂଚନା ମିଳିଛି।

Show More
Back to top button