ସତ୍ୟଶିଖା (ସମ୍ବଲପୁର) ୦୫.୧୦.୨୦୨୦ : ବିପଦରେ ବିଶ୍ବର ଦୀର୍ଘତମ ମାଟିବନ୍ଧ ତଥା ବିଶ୍ବର ଚତୁର୍ଥ ବିଶାଳ ନଦୀ ବନ୍ଧ ପରିଯୋଜନା ଓଡ଼ିଶାର ହୀରକୁଦ ନଦୀବନ୍ଧ । ପଟୁମାଟିରେ ପୋତି ହୋଇଗଲାଣି ହୀରାକୁଦ ଡ୍ୟାମ । ନଦୀ କୂଳିଆ ଲୋକେ ପଟୁମାଟିର ପ୍ରଭାବ ବଖାଣି ଥିବା ବେଳେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ପଟୁ ମାଟିକୁ ନେଇ ଲେଖିଥିବା ସମ୍ପଦକୀୟ ଜଳଭଣ୍ଡାରର ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି । ପଟୁରେ ପୋତି ହୋଇଯାଉଛି ହୀରାକୁଦ ଜଳଭଣ୍ଡାର, କମୁଛି ଜଳଧାରଣ କ୍ଷମତା, ବଢ଼ୁଛି ବନ୍ୟା ଆଶଙ୍କା । ଉପରମୁଣ୍ଡରୁ ଭାସି ଆସୁଥିବା ପଟୁମାଟି ପ୍ରଭାବରେ ବିପଦ ମୁହଁକୁ ଠେଲି ହୋଇଯାଉଛି ହୀରାକୁଦ। ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । କିନ୍ତୁ ପ୍ରକୃତ ତଥ୍ୟ ଆହୁରି ସାଂଘାତିକ, ବାସ୍ତବ ସ୍ଥିତି ସଙ୍ଗୀନ। ଜଳ ସମ୍ପଦ ବିଭାଗ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ପ୍ରମେୟ ଖବରକାଗଜରେ ଲେଖିଥିବା “ହୀରାକୁଦ ଜଳଭଣ୍ଡାରରେ ପଟୁମାଟିର ପ୍ରଭାବ” ଶୀର୍ଷକ ସ୍ତମ୍ବ। ଯେଉଁଥିରେ ୧୯୫୩ ମସିହାର ପ୍ରକଳ୍ପ ରିପୋର୍ଟ ଓ ୨୦୦୦ ମସିହା ମଧ୍ୟରେ ଫରକକୁ ସେ ଦର୍ଶାଇଛନ୍ତି ।
କମୁଛି ଜଳଧାରଣ କ୍ଷମତା, ବଢ଼ୁଛି ବନ୍ୟା ଆଶଙ୍କା… l
