

ସତ୍ୟଶିଖା (ମୁମ୍ବାଇ) ୧୯ .୦୯.୨୦୨୦ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲରୁ ତଦନ୍ତ ପରେ ଏନସିବି ଯାଞ୍ଚ ଜାରି ରହିଛି । ମଙ୍ଗଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଶନିବାର ଦିନ ଡ୍ରଗ୍ସ ମାମଲାରେ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି । ତାଙ୍କ ଉପରେ ଡ୍ରଗ୍ସ ରଖୁଥିବା ଆରୋପ ହୋଇଛି । ମାମଲାରେ ତାଙ୍କୁ ପଚରାଉଚୁରା ଜାରି ରହିଛି । କିଶୋର ସେଟ୍ଟୀ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଫିଲ୍ମ A.B.C.D ରେ କାମ କରିଛନ୍ତି । ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।
ନିକଟରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଯାଞ୍ଚ ଏଜେନ୍ସି ଏନସିବିକୁ ଆଉ ଏକ ସଫଳତା ମିଳିଛି । ଏନସିବି ମୁମ୍ବାଇରେ ଡ୍ରଗ୍ସ ପେଡ଼ଲର ରାହୁଲ ବିଶ୍ରାମ ନାମକ ଯୁବକକୁ ଏକ କିଲୋ ଚରସ ସହ ହେପାଜତକୁ ନେଇଛି ।