ନ୍ୟୁଜ୍
କମୁଛି ବୈତରଣୀ ବଢୁଛି ଦୁର୍ଦ୍ଦଶା : ଭଦ୍ରକ-ଆଖଣ୍ଡଳମଣୀ ରାସ୍ତା ଉପରେ ୩ ଫୁଟର ବନ୍ୟା ଜଳ; ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ l


ସତ୍ୟଶିଖା ୨୮ .୦୮.୨୦୨୦ : କମୁଛି ବୈତରଣୀ, କିନ୍ତୁ ବଢୁଛି ଦୁର୍ଦ୍ଦଶା । ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ କୋଠାର ଛକ ପାଖରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଭଦ୍ରକ-ଆଖଣ୍ଡଳମଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ତଳିଆ ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଆଖୁଆପଦା ନିକଟରେ ଜଳସ୍ତର ୧୯ ଦଶମିକ ୬୦ ମିଟର ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂକେତ ରହିଛି ୧୭ ଦଶମିକ ୮୩ ମିଟର । ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ବିଭିନ୍ନ ପଂଚାୟତକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଛି ।
ଯେଉଁମାନେ ବନ୍ୟା ଜଳରେ ଫସି ରହିଛନ୍ତି,ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି । ଭଣ୍ଡାରୀପୋଖରୀ ଓ ଧାମନଗରର ୧୭ରୁ ଅଧିକ ପଂଚାୟତ ଜଳମଗ୍ନ ହୋଇଛି । ବହୁ ଗାଁକୁ ଯୋଗାଯୋଗ ବିଚ୍ଚିନ୍ନ ହେବା ସହ ବିଦ୍ୟୁତ ସେବା ଠପ ହୋଇଯାଇଛି ।