ଦେଶନ୍ୟୁଜ୍ବିଦେଶ

ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ

ସତ୍ୟଶିଖା( ମୁମ୍ବାଇ )୦୪.୦୮. ୨୦୨୨: ବଲିଉଡ଼ର ବର୍ଷିୟାନ୍‌ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ହୃଦ୍ ରୋଗରେ ପୀଡ଼ିତ ଥିଲେ ୬୮ ବର୍ଷୀୟ ମିଥିଲେଶ।

ସୂଚନା ମୁତାବକ, ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ସେ ଲକ୍ଷ୍ନୌରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ସ୍ବାସ୍ଥ୍ୟର ଦେଖାଶୁଣା ପାଇଁ ସେ ନିଜ ସହରକୁ ପଳାଇଥିଲେ।

ମିଥିଲେଶ ଚତୁର୍ବେଦୀଙ୍କ ବିୟୋଗ ଖବର ତାଙ୍କ ଜ୍ବାଇଁ ଆଶୀଷ ଚତୁର୍ବେଦୀ ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି। ଆଶୀଷ ସମାଜିକ ଗଣମାଧ୍ୟମରେ ମିଥିଲେଶଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଆପଣ ଦୁନିଆର ସବୁଠାରୁ ଭଲ ପିତା ଥିଲେ, ଆପଣ ମତେ ଜ୍ବାଇଁ ନୁହେଁ ବରଂ ନିଜ ପୁଅ ପରି ସ୍ନେହ ଦେଇଛନ୍ତି, ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।’’

Show More
Back to top button