ସତ୍ୟଶିଖା (ଭୁବନେଶ୍ୱର ) ୧୮.୧୦.୨୦୨୩ : ରାଜଧାନୀରେ ଲୁଟେରା ଆତଙ୍କ। କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ପାଣି ମାଗି ହାଣି ଦେଲେ ଦୁର୍ବୃତ୍ତ । ଅଟୋ ସୋରୁମ ରେ ଲୁଟ୍ ଯୋଜନା ରଖି ଡ୍ୟୁଟି ରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ କୁ ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଏକ ଅଟୋ ସୋ ରୁମ୍ ରେ ଡିୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି।
ଆହତ ସିକ୍ୟୁରିଟି ଗାର୍ଡ ର ନା ଗୌରାଙ୍ଗ ଦାସ, ସେ K1 ସଂସ୍ଥା ରେ କାମ କରୁଥିବା ବେଳେ, ସେ ଯାଜପୁର ଅଞ୍ଚଳର। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁରୀ ବାଇପାସ୍ ରୋଡ , ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି। ସବୁଦିନ ପରି ଡ୍ୟୁଟି କ୍ରରୁଥିବ ବେଳେ, ହଠାତ୍ ତିନି ଦୁର୍ବୃତ୍ତ ଅସି ପାଣି ମାଗିଲେ। ପରେ ଲୁଟ କରିବାକୁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର ହୋଇଗଲେ। ସିକ୍ୟୁରିଟି ଗାର୍ଡ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ, ଦୁର୍ବୃତ୍ତ ଟେର ଏଯାଏଁ ପାଇନି ପୋଲିସ।
