ସତ୍ୟଶିଖା (ସୁପୌଲ) ୧୮/୧୧/୨୦୨୦ : ବିହାରର ସୁପୌଲରେ ଜଣେ ବୋହୂ ମାଛ ରାନ୍ଧି ନପାରିବାରୁ ପ୍ରାଣ ହରାଇଛନ୍ତି । ହତ୍ୟା କରିବା ପରେ ମହିଳାଙ୍କ ଶବକୁ ବସ୍ତାରେ ଭର୍ତ୍ତି କରି ଗାଁ ପାଖ କେନାଲ ପାଖରେ ଫିଙ୍ଗି ଦିଆଯାଇଥିଲା । ମହିଳାଙ୍କ କୌଣସି ସୂଚନା ନ ମିଳିବାରୁ ବାପଘର ଲୋକେ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ । ପୋଲିସ୍ ଲୋକଙ୍କଠାରୁ ସୂଚନା ପାଇ ମହିଳାଙ୍କ ଶବ ଜବତ କରିଥିଲା । ମହିଳାଙ୍କୁ ଚିହ୍ନଟ ପରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ସହ ଶ୍ବଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ରତନପୁରା ଥାନା ଅଞ୍ଚଳର ଢାଢା ଗାଁର କୋଶୀ ନଦୀରୁ ୨ଦିନ ତଳେ ଅଖାବସ୍ତା ଭିତରୁ ମହିଳାଙ୍କ ଶବ ମିଳିଥିଲା । ଲୋକଙ୍କଠୁ ସୂଚନା ପାଇ ପୋଲିସ୍ ପହଞ୍ଚି ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତାଙ୍କ ପରିଚୟ ପାଇବାକୁ ଉଦ୍ୟମ କରିଥିଲା । ମହିଳାଙ୍କ ପରିଚୟ ମିଳିବାରୁ ମୃତ୍ୟୁର ପର୍ଦ୍ଦାଫାସ୍ ହୋଇଥିଲା ।
ଝଗଡ଼ା ପରେ ସୁନୀଳା ଶିବେଶ ସହ ଯୁକ୍ତି କରିଥିଲେ । ଏଥିରେ ସଂଯମ ହରାଇ ଶିବେଶ ପତ୍ନୀକୁ ହତ୍ୟା କରିଥିଲା । ଏହି ଘଟଣାରେ ଶିବେଶର ମାଆ ଏବଂ ବାପା ମଧ୍ୟ ସହଯୋଗ କରିଥିଲେ । ପଚରାଉଚୁରା ପରେ ୩ଜଣଙ୍କୁ ଜେଲ୍ ପଠାଇବାର କାର୍ଯ୍ୟାନୁଷ୍ଠାନ କରାଯାଉଛି ।