ଅପରାଧଦେଶବିଦେଶ

ବୋହୂ ମାଛ ତରକାରୀ ରାନ୍ଧି ନପାରିବାରୁ ହତ୍ୟା

 ସତ୍ୟଶିଖା (ସୁପୌଲ) ୧୮/୧୧/୨୦୨୦ : ବିହାରର ସୁପୌଲରେ ଜଣେ ବୋହୂ ମାଛ ରାନ୍ଧି ନପାରିବାରୁ ପ୍ରାଣ ହରାଇଛନ୍ତି । ହତ୍ୟା କରିବା ପରେ ମହିଳାଙ୍କ ଶବକୁ ବସ୍ତାରେ ଭର୍ତ୍ତି କରି ଗାଁ ପାଖ କେନାଲ ପାଖରେ ଫିଙ୍ଗି ଦିଆଯାଇଥିଲା । ମହିଳାଙ୍କ କୌଣସି ସୂଚନା ନ ମିଳିବାରୁ ବାପଘର ଲୋକେ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ । ପୋଲିସ୍ ଲୋକଙ୍କଠାରୁ ସୂଚନା ପାଇ ମହିଳାଙ୍କ ଶବ ଜବତ କରିଥିଲା । ମହିଳାଙ୍କୁ ଚିହ୍ନଟ ପରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ସହ ଶ୍ବଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ରତନପୁରା ଥାନା ଅଞ୍ଚଳର ଢାଢା ଗାଁର କୋଶୀ ନଦୀରୁ ୨ଦିନ ତଳେ ଅଖାବସ୍ତା ଭିତରୁ ମହିଳାଙ୍କ ଶବ ମିଳିଥିଲା । ଲୋକଙ୍କଠୁ ସୂଚନା ପାଇ ପୋଲିସ୍ ପହଞ୍ଚି ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତାଙ୍କ ପରିଚୟ ପାଇବାକୁ ଉଦ୍ୟମ କରିଥିଲା । ମହିଳାଙ୍କ ପରିଚୟ ମିଳିବାରୁ ମୃତ୍ୟୁର ପର୍ଦ୍ଦାଫାସ୍ ହୋଇଥିଲା ।ମହିଳା ମଟିୟାରୀ ବାସିନ୍ଦା ସୁନୀଳା ଦେବୀ ବୋଲି ଜଣା ପଡ଼ିଥିଲା । ମହିଳାଙ୍କ ପରିବାର ଲୋକେ କିଛି ଦିନ ତଳେ ତାଙ୍କ ନିଖୋଜ ମାମଲା ରୁଜୁ କରିଥିଲେ । ମହିଳାଙ୍କ ମୃତଦେହ ଦେଖି ପରିବାରରେ ଶୋକର ଛାୟା ଖେଳି ଯାଇଛି । ସୁନୀଳା ଦେବୀଙ୍କ ବାପା ପୋଲିସକୁ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ମାସରେ ତାଙ୍କ ଝିଅଙ୍କ ବିବାହ ଢାଢା ଗାଁର ଶେବେଶ ପାସଓ୍ବାନଙ୍କ ସହ ହୋଇଥିଲା । ଦୀପାବଳି ପରେ ବାପଘର ଲୋକେ ଝିଅକୁ ଦେଖିବାକୁ ପହଞ୍ଚିବା ପରେ ସେ ଶ୍ବଶୁର ଘରେ ନଥିଲେ । ଶ୍ବଶୁର ଘରଲୋକଙ୍କୁ ଏବିଷୟରେ ପଚାରିବାରୁ ସେମାନେ ଏପଟ ସେପଟ କଥା କହି ସେମାନଙ୍କୁ ଭୁଲାଇଥିଲେ । ଏହା ପରେ ବାପଘର ଲୋକେ ରତନପୁରରେ ସୁନୀଳା ଦେବୀଙ୍କ ନିଖୋଜ ହେବାର ମାମଲା ରୁଜୁ କରି ତାଙ୍କ ସହ କିଛି ଅଘଟଣା ଘଟିଥିବାର ସନ୍ଦେହ କରିଥିଲେ ।ରବିବାର କୋଶୀ ନଦୀରେ ବସ୍ତା ଭିତରୁ ମହିଳାଙ୍କ ଶବ ଜବତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ମହିଳାଙ୍କ ବାପାଙ୍କୁ ଖବର ଦେଇଥିଲେ । ଏହା ପରେ ସେ ନିଜ ଝିଅକୁ ଚିହ୍ନିଥିଲେ । ଏହା ପରେ ଉତ୍ତ୍ୟକ୍ତ ଗାଁଲୋକେ ରାସ୍ତାକୁ ଆସି ବିକ୍ଷୋଭ କରିଥିଲେ । ପୋଲିସ୍ ଲୋକଙ୍କୁ ବୁଝାଇ ମାମଲାକୁ ଶାନ୍ତ କରିଥିଲା । ପୋଲିସ୍ ଅଭିଯୁକ୍ତ ସ୍ବାମୀ ଶିବେଶ ଏବଂ ଶ୍ବଶୁର ଅମରେଶକୁ ଖୋଜି ଗିରଫ କରିଥିଲା । ସ୍ବାମୀକୁ ପଚରାଉଚରା କରିବାରୁ ସେ ପତ୍ନୀକୁ ହତ୍ୟା କରି ଶବକୁ ନଦୀରେ ଫିଙ୍ଗିଥିବା କଥା ମାନିଥିଲା । ସୁନୀଳା ମାଛ ତରକାରୀ ରାନ୍ଧି ପାରିନଥିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଝଗଡ଼ା ପରେ ସୁନୀଳା ଶିବେଶ ସହ ଯୁକ୍ତି କରିଥିଲେ । ଏଥିରେ ସଂଯମ ହରାଇ ଶିବେଶ ପତ୍ନୀକୁ ହତ୍ୟା କରିଥିଲା । ଏହି ଘଟଣାରେ ଶିବେଶର ମାଆ ଏବଂ ବାପା ମଧ୍ୟ ସହଯୋଗ କରିଥିଲେ । ପଚରାଉଚୁରା ପରେ ୩ଜଣଙ୍କୁ ଜେଲ୍ ପଠାଇବାର କାର୍ଯ୍ୟାନୁଷ୍ଠାନ କରାଯାଉଛି ।

Show More
Back to top button