

ସତ୍ୟଶିଖା (କଟକ) ୨୦/୦୧/୨୦୨୧ : ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (ଓଓଏ)ର ସାଧାରଣ ସମ୍ପାଦକ ଭାବେ ଅଭିଜିତ୍ ପାଲ ଓ ସଭାପତି ଭାବେ ଜଗମୋହନ ପଟ୍ଟନାୟକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ୱାଳ, ନଳିନୀ କୁମାର ଦାସ, ଅନୂପ କୁମାର ପାତ୍ର ଓ ଦୁଲାଲ ଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ପ୍ରଭାତ କୁମାର ଭୋଳ ଓ କୋଷାଧ୍ୟକ୍ଷ ଭାବେ ଅଧିପ ଦାସ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ୧୧ଜଣ କାଉନସିଲ ସଦସ୍ୟ ପଦ ଲାଗି ଶରତ କୁମାର ସାହୁ , ଅନୀଲ କୁମାର ବହିଦାର, ନାରାୟଣ ସାହୁ, ରବି ଶଙ୍କର ପତିହାରୀ, ଡ.ଜନାର୍ଦ୍ଦନ ଦାଶ, ବୀରେନ୍ଦ୍ର କୁମାର ବେହେରା, ଡ. ହରିପ୍ରସାଦ ପଟ୍ଟନାୟକ, କିଶୋର କୁମାର ମିଶ୍ର, ଦେବେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା, ଶତୁଘ୍ନ ସିଂହ, ବିନୋଦ ଦାଶ ଓ ଅଶୋକ କୁମାର ସାହୁ; ମୋଟ ୧୩ ଜଣ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ନିର୍ବାଚିତ ହେବେ । ୨୨ ଅପରାହ୍ଣ ୪ଟା୩୦ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି । ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ନିର୍ବାଚନ ଲାଗି ଗତ ୧୬ରେ ପ୍ରାର୍ଥୀପତ୍ର ଦାଖଲ କରା ଯାଇଥିଲା । ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ କେବଳ କାଉନସିଲ ସଦସ୍ୟ ପଦକୁ ବାଦ୍ ଦେଇ ଅନ୍ୟ ସମସ୍ତ ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସମସ୍ତେ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ଡ. ସୌର୍ୟ୍ୟରଞ୍ଜନ ପରିଜା ଦାୟିତ୍ବ ତୁଲାଇଥିଲେ ।
ସୂଚନାଯୋଗ୍ୟ, ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର କାର୍ୟ୍ୟକାଳ ୨୦୨୦ ସେପ୍ଟେମ୍ବରରୁ ଶେଷ ହୋଇଥିଲେ ମଧ୍ୟ କୋଭିଡ଼-୧୯ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା । ଭାରପ୍ରାପ୍ତ ସମ୍ପାଦକ ଭାବେ ଅଭିଜିତ୍ ପାଲ ଦାୟିତ୍ବ ନିର୍ବାହ କରୁଥିଲେ ।