ଦେଶସ୍ୱାସ୍ଥ୍ୟ

୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ସତ୍ୟଶିଖା(ନୂଆଦିଲ୍ଲୀ) ୨୮ .୦୬.୨୦୨୧:  ଦେଶରେ କରୋନା ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍‍କ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ପାଇଛି। ଦୀର୍ଘ ଦିନ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ତଳକୁ ଖସିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୬,୭୩୦ରେ ପହଞ୍ଚିଛି। ମୃତ୍ୟୁ ହାର ୧.୩୧%। ଦିନକରେ ଆଉ ୫୮,୫୭୮ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୩,୦୯,୬୦୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ଆରୋଗ୍ୟ ହାର ୯୬.୮୦% । ୫,୭୨,୯୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୪ ଘଣ୍ଟାରେ ୧୭,୨୧,୨୬୮ ଟିକା ନେଇଥିବା ବେଳେ ମୋଟ ୩୨,୩୬,୬୩,୨୯୭ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Show More
Back to top button