ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ

ସତ୍ୟଶିଖା( ଭୁବନେଶ୍ୱର )୧୬.୦୮ . ୨୦୨୨:  କିଛି ଦିନ ପରେ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ହୋଇ ତିନିଶହରେ ସୀମିତ ହୋଇଛି। ୨୪ ଘଣ୍ଟାରେ ଆଉ ୨୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୩,ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ ଆକ୍ରାନ୍ତ ୧୦୬। ୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୭, ବରଗଡ ୫, ଭଦ୍ରକ ୩, ବଲାଙ୍ଗୀର ୭, କଟକ ୧୩, ଦେଓଗଡ ୨, ଗଜପତି ୬, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡା ୪, କଳାହାଣ୍ଡି ୧୪, କନ୍ଧମାଳ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୫୯, କୋରାପୁଟ ୩, ମୟୁରଭଞ୍ଜ ୧୧, ନବରଙ୍ଗପୁର ୧୨, ନୟାଗଡ ୭, ନୂଆପଡା ୪, ପୁରୀ ୨, ରାୟଗଡା ୪,ସମ୍ବଲପୁର ୧୪, ସୋନପୁର ୧୦, ସୁନ୍ଦରଗଡ ୪୪, ଷ୍ଟେଟପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୩,୩୦୭କୁ ବୃଦ୍ଧି ପାଇଛି। ୧୩,୧୦,୬୩୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ହଜାର ୪୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Show More
Back to top button