ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ହଜାର ଟପିଲା

ସତ୍ୟଶିଖା(ଭୁବନେଶ୍ୱର) ୧୪.୦୪.୨୦୨୧: ରାଜ୍ୟ ରେ ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ ହଜାର ଅତିକ୍ରମ କରିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୫୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୮, ବରଗଡ଼ରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡ଼ାରୁ ୧୦୪ ଓ ସମ୍ବଲପୁରରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି।

Exit mobile version