ଦେଶନ୍ୟୁଜ୍

କୋଟିଏ ଛାତ୍ରଛାତ୍ରୀ ଏକାଠି ଗାଇଲେ ଦେଶାତ୍ମବୋଧ ଗୀତ

ସତ୍ୟଶିଖା( ଜୟପୁର  )୧୩.୦୮ . ୨୦୨୨:  ଶୁକ୍ରବାର ଏକ ନିଆରା ବିଶ୍ବ ରେକର୍ଡ ସ୍ଥାପନା କରିଛନ୍ତି ରାଜସ୍ଥାନର ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପ୍ରାୟ କୋଟିଏ ଛାତ୍ରଛାତ୍ରୀ ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିଭିନ୍ନ ଦେଶାତ୍ମବୋଧ ଗୀତ ୨୫ ମିନିଟ୍‌ ଧରି ଗାଇଥିଲେ । ପୂର୍ବାହ୍ଣ ୧୦.୧୫ରୁ ୧୦.୪୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ଗୀତ ଗାଇ ଏହି ବିଶ୍ବ ରେକର୍ଡ କରିଛନ୍ତି।
ମୁଖ୍ୟ କାର୍ଯ୍ୟକ୍ରମ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ସହ ‘ବନ୍ଦେ ମାତରଂ’, ‘ସାରେ ଜାହାଁନ ସେ ଆଚ୍ଛା’, ‘ହମ୍‌ ହୋଙ୍ଗେ କାମିୟାବ’ ଆଦି ଗାନ କରିଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଥିଲେ ଲଣ୍ଡନସ୍ଥିତ ୱାର୍ଲଡ ବୁକ୍‌ ଅଫ୍‌ ରେକଡର୍ସର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ଗୀତ ଗାଇଥିବା ଦେଖିବା ପରେ ରାଜ୍ୟ ସରକାରଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ଏହାର ଶ୍ରେୟ ସମସ୍ତଙ୍କୁ ପ୍ରଦାନ କରାଯିବା ଉଚିତ୍‌। ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ କହିଥିଲେ।

Show More
Back to top button