

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଭୂତାଣୁ ଆଣିପାରେ ତୃତୀୟ ଲହର । ଏହି ମର୍ମରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି- କରୋନା କିଭଳି ରୂପ ବଦଳାଏ, ଓମିକ୍ରନର ଉତ୍ପତି କିଭଳି ହେଲା, ଏହାକୁ ଚିହ୍ନିବାରେ ଆମ ଶରୀର କିଭଳି ଧୋକା ଖାଇଯାଏ ଏବଂ ଏହା କେତେ ଭୟଙ୍କର ସେନେଇ ସତର୍କ କରାଯାଇଛି । – ‘ଓମିକ୍ରନ୍’ ବେସରେ କରୋନା ଭୂତାଣୁ ନୂଆ ରୂପରେ ଆସିଥିବାରୁ ଏହାକୁ ଆମ ଶରୀର ଚିହ୍ନିବା କଷ୍ଟକର ହେଉଛି
– ଡାକ୍ତରୀ ପରୀକ୍ଷା ପଦ୍ଧତି ମଧ୍ୟ ଏହାକୁ ଚିହ୍ନଟ କରିବାରେ ସମସ୍ୟାରେ ପଡୁଥିବାରୁ ଅଧିକ ସତର୍କତା ଜରୁରୀ
– କେବଳ ‘ଜିନୋମ୍ ସିକ୍ୱେନସିଂ’ ଦ୍ୱାରା ଏହି ନୂଆ ପ୍ରକାର ଭୂତାଣୁର ଚିହ୍ନଟ କରିହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତିରେ କୁହାଯାଇଛି
– ଏହି ପ୍ରଜାତିଟି ପୂର୍ବାପେକ୍ଷା ଅଧିକ ସଂକ୍ରାମକ କିନ୍ତୁ ଏଥିରେ ଅଧିକ ଜୀବନ ହାନୀ ହୋଇନାହିଁ କିମ୍ବା ଅଧିକ ଗୁରୁତର ଲକ୍ଷଣ ଦେଖାଯାଉ ନାହିଁ
– ତଥାପି କରୋନାର ଏହି ନୂଆ ପ୍ରଜାତି ଖୁବ କମ୍ ସମୟରେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ଚିନ୍ତା ବଢି ଯାଇଛି
– ଆଗକୁ ଏହାର ମାରାତ୍ମକ ଗୁଣ ପ୍ରକାଶ ନପାଇବ ବୋଲି କହିହେବ ନାହିଁ, ତେଣୁ ସାବଧାନତା ଜରୁରୀ ବୋଲି ସ୍ୱସ୍ଥ୍ୟ ବିଭାଗ କହିଛି
– ଯୋଗ୍ୟ ବ୍ୟକ୍ତି କୋଭିଡ୍ ଟିକା ନେବା ସହ ମାସ୍କ ପିନ୍ଧିବା ଓ ୨ ମିଟର ଶାରୀରିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି
– ଟିକା ନେଇଥିବା ବ୍ୟକ୍ତି ଗୁରୁତର ହେବାର ଆଶଙ୍କା କମ୍ ଥିବାରୁ ଡେରି ନକରି ଯୋଗ୍ୟ ବ୍ୟକ୍ତି ତୁରନ୍ତ ଟିକାର ଦୁଇଟି ଡୋଜ୍ ନେବାକୁ କୁହାଯାଇଛି
– ବିବାହ ରୁତରେ ସରକାରଙ୍କ ନିୟମ ମାନି ଶୋଭାଯାତ୍ରା, ଭିଡ ଓ ଭୋଜିଭାତ କରିବାକୁ ସତର୍କ କରାଇ ଦିଆଯାଇଛି
– ‘ଓମିକ୍ରନ୍’ ସଂକ୍ରମିତ ଦେଶରୁ ଫେରିଥିଲେ କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ୭ ଦିନ ସଂଗରୋଧ ବାଧ୍ୟତାମୂଳକ
– ଅଷ୍ଟମ ଦିନ ଆରଟିପିସିଆର ପରୀକ୍ଷା କରାଇବା ଏବଂ ପଜିଟିଭ ଚିହ୍ନଟ ହେଲେ ହସ୍ପିଟାଲର ଆଇସୋଲେସନ୍ ବାଧ୍ୟତାମୂଳକ
– ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ୭ ଦିନ ସ୍ୱ-ନିରୀକ୍ଷଣରେ ରହିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି
– ‘ଓମିକ୍ରନ୍’ ପ୍ରଜାତି ଅଧିକ ସଂକ୍ରାମକ ହୋଇଥିବାରୁ ଆଉଏକ ଲହର ଆସିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ