ସତ୍ୟଶିଖା (ଝାରସୁଗୁଡା) ୦୩/୧୨/୨୦୨୦ : ବାପା ନାଁରେ କଳଙ୍କ । ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ଜଣେ ବାପା ଝିଅ ସହ ଏଭଳି କୁକର୍ମ କରିଛି । ଘରେ କେହି ନ ଥିବା ବେଳେ ନିଜ ୧୧ ବର୍ଷର ଝିଅକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ସହରାଞ୍ଚଳରେ । ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖିଛି ।
ବାପା ନା’ ରାକ୍ଷସ,୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
