ଅପରାଧରାଜ୍ୟ

ବାପା ନା’ ରାକ୍ଷସ,୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !

ସତ୍ୟଶିଖା (ଝାରସୁଗୁଡା) ୦୩/୧୨/୨୦୨୦ : ବାପା ନାଁରେ କଳଙ୍କ । ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ଜଣେ ବାପା ଝିଅ ସହ ଏଭଳି କୁକର୍ମ କରିଛି । ଘରେ କେହି ନ ଥିବା ବେଳେ ନିଜ ୧୧ ବର୍ଷର ଝିଅକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ସହରାଞ୍ଚଳରେ । ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖିଛି ।ସୂଚନାଯୋଗ୍ୟ ଯେ, ଘରେ ସମ୍ପୃକ୍ତ ଝିଅ ସହ ତା’ ବାପା ଏବଂ ବୃଦ୍ଧା ଆଈ ରୁହନ୍ତି । ଗତ ରବିବାର ଆଈ ଘରେ ନ ଥିବା ସମୟରେ ଝିଅକୁ ଏକୁଟିଆ ଦେଖି ନିଶାଶକ୍ତ ବାପ ଏଭଳି କୁକର୍ମ କରିଥିବା ନାବାଳିକା ପଡ଼ିଶା ଲୋକଙ୍କ ଆଗରେ କହିଥିଲେ । ଏହା ପରେ ବୃଦ୍ଧା ଆଈଙ୍କୁ ପଡ଼ିଶା ଲୋକେ ଡାକି ସବୁକିଛି କହିଥିଲେ । ଏହାକୁ ନେଇ ଅଭିଯୁକ୍ତ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅଭିଯୁକ୍ତ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସମ୍ପୃକ୍ତ ନାବାଳିକା ଷଷ୍ଠ ଶ୍ରେଣୀରେ ପଡୁଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ଅନ୍ୟପଟେ ଚାଇଲ୍ଡ ଲାଇନ ପକ୍ଷରୁ ପୀଡ଼ିତା ନାବାଳିକାକୁ ଗୁରୁବାର ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ ପରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଝାରସୁଗୁଡା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।

Show More
Back to top button