ଦବିଲା ଭାର୍ଗବୀ ନଦୀବନ୍ଧ

ସତ୍ୟଶିଖା( ଭୁବନେଶ୍ୱର)୧୯.୦୮ . ୨୦୨୨:  ଦବିଲା ଭାର୍ଗବୀ ନଦୀବନ୍ଧ। ପୁରୀ ଜିଲ୍ଲା ନିମାପଡ଼ା ଦକ୍ଷିଣ ରାଢସ ନିକଟରେ ଭାର୍ଗବୀ ନଦୀବନ୍ଧ ଦବିଛି। ଗତକାଲି ବିଳମ୍ବିତ ରାତିରେ ଭାର୍ଗବୀ ନଦୀବନ୍ଧ ଦବିବା ପରେ ନଈକୂଳିଆ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଏହାପରେ ଗ୍ରାମବାସୀ ଏକାଠି ହୋଇ ବାଲି ବସ୍ତା ଓ ପଲିଥିନ ଦେଇ ବନ୍ଧ ମରାମତି କରିଥିଲେ।

ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ।  ଲଘୁଚାପ ପ୍ରଭାବରେ ଆଜି ସକାଳେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ  ପୁଣି କେତେବେଳେ ନଦୀ ବନ୍ଧ ପୁଣି ଦବିବ ସେନେଇ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି । ରାଜ୍ୟର ୧୨ଟି ଜିଲ୍ଲା ଏବେ ବନ୍ୟାର ଆଁ ଭିତରେ ଥିବା ବେଳେ ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।  ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟା ବିପଦ ଟଳି ନ ଥିବା ବେଳେ ଲଘୁଚାପଜନିତ ବର୍ଷା ଦୁର୍ଦ୍ଦଶାକୁ ଦ୍ୱିଗୁଣ କରିଛି।

Exit mobile version