ଘୂର୍ଣ୍ଣିବଳୟ ସକ୍ରିୟ, ଆଜିଠୁ ବଢ଼ିବ ବର୍ଷା

ସତ୍ୟଶିଖା( ଭୁବନେଶ୍ୱର )୧୮.୦୮ . ୨୦୨୨:  ଦକ୍ଷିଣ ମିଆଁମାର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ୧୮ ଓ  ୧୯  ଓ୨୦ ତାରିଖରେ ତିନି ଦିନ ବର୍ଷା ହେବ।୧୮ ତାରିଖରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଂଜାମ ଓ ଗଜପତି, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି ଓ ବରଗଡରେ ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି।

ତେବେ ୧୯ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୭ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୦ ତାରିଖରେ ପଶ୍ଚିମ ଓଡିଶାର ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ଭାବ୍ୟ ଲଘୁଚାପ ନେଇ ଗତକାଲି ଏସ୍‌ଆରସି କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଜିଲ୍ଲା ଗୁଡ଼ିକ ବୈତରଣୀ ନଦୀ ଅବବାହିକାରେ ଆସୁଥିବାରୁ ସତର୍କ ରହିବାକୁ ଏସ୍‌ଆରସି କହିଥିଲେ।

Exit mobile version