ନ୍ୟୁଜ୍ରାଜ୍ୟ

କଟକଣା କୋହଳ କଲା ବିଏମ୍‌ସି: ବିବାହ-ବ୍ରତ-ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ୨୫୦ ଜଣ

ସତ୍ୟଶିଖା ( ଭୁବନେଶ୍ୱର )୩୦/୧୦ /୨୦୨୧:  ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ। ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ ।  ବର୍ତ୍ତମାନ କଟକଣାକୁ କୋହଳ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଭୁବନେଶ୍ୱରରେ ୧୦୦ ଉପରେ ରହୁଛି ଆକ୍ରାନ୍ତ ସଂଖ୍ୟା । ଏହାରି ମଧ୍ୟରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ବିଏମସି । ଗତ ମାସରେ ପାର୍ବଣ ଯୋଗୁଁ କଟକଣାକୁ କଡାକଡି କରାଯାଇଥିଲା ।

 

Show More
Back to top button