Uncategorizedରାଜ୍ୟସ୍ୱାସ୍ଥ୍ୟ
୨୪ ଘଣ୍ଟାରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ କରୋନା ଆକ୍ରାନ୍ତ ଚିହ୍ନଟ


ସତ୍ୟଶିଖା : ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୬୩ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୭ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଁଚିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି… ନଜର ପକାନ୍ତୁ କେଉଁଠୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରରେ ଏଯାଏଁ ୩୮୫ ଜଣ ସୁସ୍ଥ ହୋଇଛନ୍ତି । ୪୬୨ ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଆଉ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।