ରାଜ୍ୟସ୍ୱାସ୍ଥ୍ୟ

ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌ : ବିବାହରେ ୧୦୦ ଲୋକଙ୍କୁ ଅନୁମତି

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୪.୨୦୨୧:  ଏଣିକି ରାଜଧାନୀ ଭୁବନେଶ୍ଵରରେ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୧୦୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିବନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ଏହି ନୂଆ ନିୟମ କରିଛି। ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ବାହାଘର କାର୍ଯ୍ୟକ୍ରମରେ ୧୦୦ ଜଣ ଏକାଠି ହେବାକୁ ଅନୁମତି ପ୍ରଦାନ କରାଯିବ। ଅନ୍ତିମ ସଂସ୍କାରରେ ୫୦ ଜଣ ଲୋକ ଯୋଗଦେଇପାରିବେ। ଚଳିତ ମାସ ୬ ତାରିଖରୁ ଏହି ନିୟମ ଲାଗୁ ହେବ। ସେହିପରି ସମ୍ମିଳନୀ, ସମାବର୍ତ୍ତନ ଉତ୍ସବ, ସୁବର୍ଣ୍ଣ ଓ ରଜତ ଜୟନ୍ତୀ ସମାରୋହ ଉପରେ କଟକଣା ରହିବ। ଶିକ୍ଷାନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ଓ ଉତ୍ସବ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗିବ।

Show More
Back to top button