

ସତ୍ୟଶିଖା (ମୁମ୍ବାଇ) ୧୪.୦୯.୨୦୨୦ : ରିୟା ଚକ୍ରବର୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି । ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି ।