ରୂପସଜ୍ଜା
କାକୁଡି ଚୋପା ମୁହଁ ଦାଗ ଲିଭାଇବ


ସତ୍ୟଶିଖା (ଭୁବନେଶ୍ୱର) ୧୫,୧୧,୨୦୨୩ : କାକୁଡି ଖାଇବା ଦ୍ୱାରା ଆପଣଙ୍କ ଶରୀର ଡିହାଇଡ୍ରେସନ୍ ସମସ୍ୟାରୁ ଦୂରେଇ ରହିଥାଏ । କେବଳ ସେତିକି ନୁହେଁ, କାକୁଡି ମୁହଁରେ ଲଗାଇବା ଦ୍ୱାରା ହିଁ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼େ। କାକୁଡି ଚୋପା ଆପଣଙ୍କୁ ଅନେକ ସୁବିଧା ଯୋଗାଇଥାଏ ।କାକୁଡ଼ି ଚୋପାର ଫେସ୍ ମାସ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । କାକୁଡିରେ ତିଆରି ଫେସ୍ ମାସ୍କ ଆପଣଙ୍କ ଚେହେରାରେ ଥିବା ଦାଗ ଏବଂ ଚିହ୍ନ ରୁ ମଧ୍ୟ ମୁକ୍ତି ଦେଇଥାଏ ।
କାକୁଡି ଚୋପାର ଫେସ୍ ମାସ୍କ ନେଇ ଏହାକୁ ସମ୍ପୂର୍ଣ୍ଣ ଚେହେରାରେ ଭଲ ଭାବରେ ଲଗାନ୍ତୁ । ଏହା ପରେ, ଫେସ୍ ମାସ୍କକୁ ପ୍ରାୟ ୧୫-୨୦ ମିନିଟ୍ ପର୍ୟ୍ୟନ୍ତ ଛାଡିଦିଅନ୍ତୁ । ଶେଷରେ ସାଧା ପାଣିରେ ମୁହଁ ଧୋଇ ସଫା କରନ୍ତୁ । ଏହାପରେ ଦେଖିବେ କିପରି ଆପଣଙ୍କ ତ୍ୱଚାରୁ ଦାଗ ଚାଲିଯାଉଛି ଏବଂ ଆପଣଙ୍କ ତ୍ୱଚା ଚମକୁଛି।