ଅପରାଧନ୍ୟୁଜ୍ରାଜ୍ୟ

ଭିଜିଲାନ୍ସ ଜାଲରେ ସିଏସ୍ଓ, ୫ଟି ଜାଗାରେ ଚାଲିଛି ରେଡ

ସତ୍ୟଶିଖା(ବ୍ରହ୍ମପୁର )୨୦.୦୬. ୨୦୨୨ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓଙ୍କ ପରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ଜଣେ ସିଭିଲ୍ ସପ୍ଲାଏ ଅଫିସର(ସିଏସ୍ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଆଜି ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି । ଛଥ୍ରପୁର ରାମନଗର ଫାଷ୍ଟ ଲେନ୍‌ରେ ଥିବା ଘର ଓ ମାର୍କେଟ କଂପ୍ଲକ୍ସେରେ ଚଢ଼ାଉ ଜାରି ହୋଇଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଡିଏସ୍‌ପି ଓ ୮ ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି  । ଅନାଦିଙ୍କ ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏନେଇ ସଠିକ୍‌ ତଥ୍ୟ ମିଳିପାରିନି। ଅପରପକ୍ଷେ, ଭିଜିଲାନ୍ସ ଚଢ଼ାଉ ନେଇ ଅନାଦି ସେଠୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।
Show More
Back to top button