ରୋଷେଇ

କ୍ରଞ୍ଚି ସୋୟାବିନ୍

ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : ଆବଶ୍ୟକ ସାମଗ୍ରୀ-

ସୋୟାବିନ, ଲୁଣ, ଅଦା, ରସୁଣ, ଗୋଲମରିଚ ଗୁଣ୍ଡ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା , କର୍ଣ୍ଣଫ୍ଳୋର ,ତେଲ , ଜିରା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ରସୁଣ, ପିଆଜ, ଟମାଟୋ ସସ, ଚିଲ୍ଲୀ ଫ୍ଲେକ୍। ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ସୋୟାବିନକୁ ଗରମ ପାଣିରେ ପକାଇ ୫ ରୁ ୧୦ ମିନିଟ ଯାଏଁ ରଖିବେ । ତାପରେ ତାକୁ ପାଣିରୁ ଚିପୁଡି ଆଉ ଏକ ପାତ୍ରରେ ରଖିବେ । ତାପରେ ସେଥିରେ ଲୁଣ, ଅଦା-ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା , କର୍ଣ୍ଣଫ୍ଳୋର ଏବଂ ଅଳ୍ପ ପାଣି ପକାଇ ଭଲଭାବେ ଗୋଳାଇବେ । ତାପରେ ଆଉ ଏକ ପାତ୍ରରେ କିଛି କର୍ଣ୍ଣଫ୍ଲୋର, ଲୁଣ ଏବଂ ପାଣି ମିଶାଇ ଏକ ବହଳିଆ ଘୋଳ ପ୍ରସ୍ତୁତ କରିବେ । ତାପରେ ଏହି ଘୋଳରେ ଗୋଳାଇ ରଖିଥିବା ସୋୟାବିନ୍ ପକାଇ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ଢାଳିବେ । ତେଲ ଗରମ ହେବାପରେ ସେଥିରେ ଏହି ସୋୟାବିନକୁ ପକାଇ ଛାଣି, ଏକ ପ୍ଲେଟରେ ରଖିବେ । ତାପରେ ପୁଣି ଗ୍ୟାସରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, କଟା ରସୁଣ ପକାଇ ଭାଜିବେ । ତାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ, ସେଥିରେ ଫ୍ରାଏ କରି ରଖିଥିବା ସୋୟାବିନ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଟମାଟୋ ସସ, ଚିଲ୍ଲୀ ଫ୍ଲେକ୍ସ ପକାଇ, ଗୋଳାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା କ୍ରଞ୍ଚି ସୋୟାବିନ୍ । ଏବେ ଏହାର ମଜା ନେଇ ପାରିବେ ।

Show More
Back to top button